ଖୁଚୁରା ମୁଦ୍ରାସ୍ଫୀତି ତିନି ମାସରେ ସର୍ବାଧିକ

ନୂଆଦିଲ୍ଲୀ: ତିନିମାସ ପରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ସର୍ବାଧିକ ସ୍ତରକୁ ଛୁଇଁଛି । ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୫୫%କୁ ବୃଦ୍ଧି ପାଇଛି । ଏହାର କାରଣ ହେଉଛି ପନିପରିବା ଏବଂ ଫଳର ଦରବୃଦ୍ଧି । ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ଓ ସେପ୍ଟେମ୍ବରରେ ୫.୦୨% ଥିଲା ।

ଖାଉଟି ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ନଭେମ୍ବରରେ ପିଆଜ ମୂଲ୍ୟ ୫୮% ବୃଦ୍ଧି ପାଇଥିବାବେଳେ ଟମାଟୋ ମୂଲ୍ୟ ୩୫% ବଢ଼ିଛି । ଏହାଛଡ଼ା ନଭେମ୍ବରରେ ଆଳୁ ମୂଲ୍ୟରେ ୨% ବୃଦ୍ଧି ଘଟିଛି । ଖାଦ୍ୟ ମୁଦ୍ରାସ୍ଫୀତି ହାର ୬.୬୧% ରୁ ୮.୭୦% କୁ ବୃଦ୍ଧି ପାଇଛି ।

ଆରବିଆଇ ମୁଦ୍ରାସ୍ଫୀତି ରେଞ୍ଜ ହେଉଛି ୨% ରୁ ୬% ମଧ୍ୟରେ ରହିଛି । ଆରବିଆଇ ଖୁଚୁରା ମୁଦ୍ରାସ୍ଫୀତି ୪% ରେ ରହୁ ବୋଲି ଚାହୁଁଛି । ନିକଟରେ ଅନୁଷ୍ଠିତ ମୁଦ୍ରା ନୀତି ବୈଠକରେ, ଖୁଚୁରା ମୁଦ୍ରାସ୍ଫୀତି ଆକଳନ ୫.୪୦%ର ବଜାୟ ରଖିଥିଲା ।

Comments are closed.