ଲଣ୍ଡନ: ବ୍ରିଟେନ୍ରେ କଞ୍ଜର୍ଭେଟିଭ୍ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କ ଦାବିଦାରୀ ମଜବୁତ୍ ହେବାରେ ଲାଗିଛି । ପ୍ରଥମ ରାଉଣ୍ଡ ପରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟିଂରେ ମଧ୍ୟ ଋଷି ସୁନକ୍ ସର୍ବାଧିକ ଭୋଟ୍ ପାଇ ଶୀର୍ଷରେ ଅଛନ୍ତି । ବୁଧବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ସର୍ବାଧିକ ୮୮ ଭୋଟ୍ ପାଇଥିଲେ ଋଷି । ଗୁରୁବାର ଦ୍ବିତୀୟ ପର୍ଯ୍ୟାୟରେ ସର୍ବାଧିକ ୧୦୧ ଭୋଟ୍ ସୁନକ ଆଗୁଆ ଅଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ରିଷିଙ୍କ ପଛକୁ ପେନି ମର୍ଡର୍ଚ୍ଚ ୮୩ ଓ ବିଦେଶ ସଚିବ ଲିଜ୍ ଟ୍ରସ୍ ୬୪ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରିଷିଙ୍କ ପଛକୁ ବାଣିଜ୍ୟ ମନ୍ତ୍ରୀ ପେନି ୬୭ ଖଣ୍ଡ ଭୋଟ୍ ହାସଲ କରିଥିବା ବେଳେ ଲିଜ୍ ଟ୍ରସ୍ ୫୦ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଦୁଇଟି ପର୍ଯ୍ୟାୟରେ ୩ ଜଣ ପ୍ରାର୍ଥୀ ବାଦ୍ ପଡ଼ିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟକୁ ୫ ଜଣ ଉନ୍ନୀତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରବଳ ଚାପର ବଶବର୍ତ୍ତୀ ହୋଇ କଞ୍ଜର୍ଭେଟିଭ୍ ପାର୍ଟି ନେତା ଏବଂ ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍ ଜନସନ୍ ଇସ୍ତଫା ଦେଇଥିଲେ । ଏବେ ସେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଉଛନ୍ତି।
Comments are closed.