କୋହଲିଙ୍କ ଖରାପ ଫର୍ମ ନେଇ ପ୍ରଶ୍ନରେ ରାଗିଲେ ରୋହିତ, ଦେଲେ ଏମିତି ଉତ୍ତର

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବୁଧବାର ଠାରୁ ଆରମ୍ଭ ହେଉଛି | ଟିମ୍ ଇଣ୍ଡିଆ ପୂର୍ବରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ କବଜା କରିଥିଲା ​​|

ପ୍ରଥମ ଟି-୨୦ ମ୍ୟାଚ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି। ତେବେ ଯେତେବେଳେ ବିରାଟ କୋହଲିଙ୍କ ଖରାପ ଫର୍ମ ଉପରେ ପ୍ରଶ୍ନ ପଚରାଗଲା, ରୋହିତ ରାଗି ଯାଇଥିଲେ । ସେ କହିଥିଲେ- ଯଦି ଆପଣମାନେ ଚୁପ୍ ରହିବେ, ସବୁକିଛି ଠିକ୍ ହୋଇଯିବ। ବିରାଟ ସମ୍ପ୍ରତି ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି | ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ସେ ଯଥାକ୍ରମେ ୮, ୧୮ ଏବଂ ୦ ରନ୍ କରିବାକୁ ସକ୍ଷମ ହୋଇଥିଲେ।

ରୋହିତ ଗଣମାଧ୍ୟମକୁ କହିଛନ୍ତି- ଆପଣମାନେ ତାଙ୍କୁ କିଛି ସମୟ ପାଇଁ ଛାଡିଦିଅନ୍ତୁ, ସେ ଭଲରେ ରହିବେ | ବିରାଟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଖେଳୁଛନ୍ତି। ଯିଏ ବି ଏତେ ଦିନ ପର୍ଯ୍ୟନ୍ତ କ୍ରିକେଟ୍ ଖେଳନ୍ତି, ତାଙ୍କ, ଉପରେ ଚାପ ରହିବ | ଅନ୍ୟ ସବୁକିଛି ଗଣମାଧ୍ୟମ ଉପରେ ନିର୍ଭର କରେ | ତାଙ୍କୁ କିଛି ସମୟ ଦିଅନ୍ତୁ ସେ ପୁଣି ଫର୍ମକୁ ଫେରିବେ |

ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କ ବ୍ୟତୀତ ରୋହିତ ମଧ୍ୟ ଟି-୨୦ ସିରିଜ୍ ପାଇଁ ଦଳର ରୂପରେଖ ବିଷୟରେ କହିଥିଲେ। ସେ କହିଥିଲେ, ମୁଁ ଟି -୨୦ ମ୍ୟାଚ୍‌ରେ କୌଣସି ପରୀକ୍ଷା ନିରୀକ୍ଷା କରିବା ସପକ୍ଷରେ କେବେ ନଥିଲି ଏବଂ ଏଥର ମଧ୍ୟ ନାହିଁ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ସମସ୍ତ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ |

Comments are closed.