ପୁଣି ଘୁଞ୍ଚିଲା ‘ଆରଆରଆର’ ରିଲିଜ୍

ମୁମ୍ବାଇ: ‘ବାହୁବଲୀ’ ଫେମ୍ ଏସ୍ଏସ୍.ରାଜମୌଲିଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ମେଗା ବଜେଟ୍ ଫିଲ୍ମ ‘ଆରଆରଆର’ର ରିଲିଜ୍ ପୁଣି ଘୁଞ୍ଚିଛି। ଆଲିଆ ଭଟ୍ଟ, ଜୁନିଅର ଏନଟିଆର୍ ଏନଟିଆର୍ ଏବଂ ରାମ ଚରଣଙ୍କ ଅଭିନୀତ ଏହି ଫିଲ୍ମ ଜାନୁଆରୀ ୭ରେ ଦେଶବ୍ୟାପୀ ସିନେମା ହଲ ଗୁଡ଼ିକରେ ରିଲିଜ୍ ହେବାର ଥିଲା । ହେଲେ ଦେଶରେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ଏହାର ରିଲିଜ୍ ସ୍ଥଗିତ ରଖାଯାଇଛି । ଏହି ସୂଚନା ”ଆରଆରଆର’ ର ଅଫିସିଆଲ୍ ଆକାଉଣ୍ଟରେ ଦିଆଯାଇଛି | ଏହି ଫିଲ୍ମ ପାଇଁ ସିନେପ୍ରେମୀଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ | ତେବେ ‘ଆରଆରଆର’ର ନୂଆ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଆଗରୁ ମଧ୍ୟ ଏହି ଫିଲ୍ମର ରିଲିଜ୍ ତାରିଖ ଅନେକ ଥର ସ୍ଥଗିତ ରଖାଯାଇଥିଲା |

”ଆରଆରଆର’ ର ଅଫିସିଆଲ୍ ଆକାଉଣ୍ଟରେ ଫିଲ୍ମର ରିଲିଜ୍ ସ୍ଥଗିତ ହେବାର କାରଣ କରୋନା ବୋଲି କୁହାଯାଇଛି। ଏଥିରେ କୁହାଯାଇଛି – ‘ସସମ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇବାକୁ ପଡ଼ିଛି | ଫ୍ୟାନ୍ ଓ ଦର୍ଶକଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଧନ୍ୟବାଦ |

ଭାରତରେ ଓମିକ୍ରନ୍ ମାମଲା ବଢୁଥିବାରୁ କିଛି ନିର୍ମାତା ନିଜ ଫିଲ୍ମ ରିଲିଜ୍ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ସିନେମା ହଲ୍ ବନ୍ଦ ଥିବାବେଳେ ମହାରାଷ୍ଟ୍ରରେ ମଧ୍ୟ ୫୦ ପ୍ରତିଶତ ଉପସ୍ଥିତି ସହ ସିନେମା ହଲ୍ ଚାଲିଛି। ଏହାଛଡ଼ା ଦେଶର ଅନେକ ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଛି।

Comments are closed.