ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠିରେ କ୍ରମାଗତ ହ୍ରାସ ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସର୍ବନିମ୍ନ ସ୍ତରକୁ ଖସିଛି । ଡଲାର ତୁଳନାରେ ଭାରତୀୟ ଟଙ୍କା ୧୪ ପଇସା ହ୍ରାସ ପାଇ ୭୭.୬୯ରେ ପହଞ୍ଚିଛି। ଘରୋଇ ଷ୍ଟକ୍ ମାର୍କେଟର ଦୃଢ଼ତା ଯୋଗୁଁ ଟଙ୍କା ମୂଲ୍ୟରେ ହ୍ରାସ ସୀମିତ ରହିଛି ବୋଲି ବିଦେଶୀ ମୁଦ୍ରା ଟ୍ରେଡର କହିଛନ୍ତି।

ଆନ୍ତଃ ବ୍ୟାଙ୍କ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୭୭.୬୭ ରୁ ୭୭.୬୯କୁ ଖସିଥିଲା । ଗତ ଟ୍ରେଡିଂ ତୁଳନାରେ ଟଙ୍କାର ମୂଲ୍ୟରେ ୧୪ ପଇସା ହ୍ରାସ ରେକର୍ଡ କରାଯାଇଥିଲା। ପ୍ରାରମ୍ଭିକ କାରବାରରେ ସ୍ଥାନୀୟ ମୁଦ୍ରା ମଧ୍ୟ ୭୭.୭୧ ର ସର୍ବନିମ୍ନ ସ୍ତରକୁ ଛୁଇଁଛି | ଏହି ସମୟରେ ୬ ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାରର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ ୦.୦୧ ପ୍ରତିଶତ ହ୍ରାସ ହୋଇ ୧୦୪.୧୯ ରେ ପହଞ୍ଚିଛି। ବିଶ୍ୱ ତୈଳ ମାନକ ବ୍ରେଣ୍ଟ କ୍ରୁଡ୍ ବ୍ୟାରେଲ ପିଛା ୦.୨୫ ପ୍ରତିଶତ ହ୍ରାସ ହୋଇ ୧୧୩.୯୫ ଡଲାରରେ ପହଞ୍ଚିଛି।

Comments are closed.