ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ:ବିଦେଶୀ ପାଣ୍ଠିର ଲଗାତାର ବିକ୍ରିବଟା ଯୋଗୁଁ ନିବେଶକଙ୍କ ମନୋବଳ ଦୁର୍ବଳ ହୋଇ ପଡ଼ିଥିବାରୁ ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଭାରତୀୟ ଟଙ୍କା ପ୍ରାରମ୍ଭିକ କାରବାରରେ ୨୨ ପଇସା ହ୍ରାସ ପାଇ ରେକର୍ଡ ସର୍ବନିମ୍ନ ସ୍ତର ୭୮.୫୯ରେ ପହଞ୍ଚିଛି। ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୭୮.୩୭ରେ ବନ୍ଦ ହୋଇଥିଲା।

ଆନ୍ତଃ ବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ଧାରା ଜାରି ରହି ଭାରତୀୟ ଟଙ୍କା ୭୮.୫୩ରେ ଖୋଲିଥିଲା | ପରେ ସ୍ଥାନୀୟ ମୁଦ୍ରା ଆହୁରି ଦୁର୍ବଳ ହୋଇ ୭୮.୫୯କୁ ଖସିଥିଲା | ଯାହା ପୂର୍ବ ଦିନର ମୂଲ୍ୟ ତୁଳନାରେ ୨୨ ପଇସା କମ୍ ଥିଲା | ଡଲାର ତୁଳନାରେ ଟଙ୍କା ପାଇଁ ଏହା ସର୍ବନିମ୍ନ ସ୍ତର ଅଟେ |

Comments are closed.