ୱିମ୍ବଲଡନରୁ ରୁଷ ଓ ବେଲାରୁଷର ଖେଳାଳି ବାସନ୍ଦ

ଲଣ୍ଡନ: ରୁଷ ଏବଂ ବେଲାରୁଷର ଟେନିସ୍ ଖେଳାଳି ଚଳିତ ବର୍ଷ ସମ୍ମାନଜନକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନରେ ଖେଳିପାରିବେ ନାହିଁ | ୟୁକ୍ରେନ ଉପରେ ଆକ୍ରମଣ ପାଇଁ ୱିମ୍ବଲଡନରୁ ରୁଷ ଏବଂ ବେଲାରୁଷର ଖେଳାଳିଙ୍କୁ ବାସନ୍ଦ କରିବାକୁ ଆୟୋଜକମାନେ ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି ଦ୍ଵାରା ବିଶ୍ବର ଦୁଇ ନମ୍ବର ପୁରୁଷ ଟେନିସ୍ ଖେଳାଳି ଡାନିଏଲ ମେଡଭେଡେଭ ଏବଂ ବେଲାରୁଷର ଚାରି ନମ୍ବର ମହିଳା ଆରିନା ସାବାଲେଙ୍କାଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ଚଳିତ ବର୍ଷର ୱିମ୍ବଲଡନରେ ଦେଖିବାକୁ ମିଳିବ ନାହିଁ। ୱିମ୍ବଲଡନ ଟୁର୍ନାମେଣ୍ଟ ଜୁନ୍ ୨୭ ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଗତ ବର୍ଷ ସାବଲେଙ୍କା ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ମେଡଭେଡେଭ କେବଳ ଚତୁର୍ଥ ରାଉଣ୍ଡରେ ପହଞ୍ଚିପାରିଥିଲେ। ବିଶ୍ୱର ୧୫ ନମ୍ବର ଖେଳାଳି ରୁଷର ଆନାସ୍ତାସିଆ ପାଭଲିଚେଙ୍କୋଭା ଏବଂ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ମଧ୍ୟ ୱିମ୍ବଲଡନରୁ ବଞ୍ଚିତ ହେବେ ।

Comments are closed.