ବିବାଦୀୟ ପୁସ୍ତକକୁ ନେଇ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ବାସଭବନରେ ଭଙ୍ଗାରୁଜା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ନୈନିତାଲ ସ୍ଥିତ ବାସଭବନରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରାଯିବା ସହ ନିଆଁ ଲଗାଇ ଦେଇଛନ୍ତି। ଦୁର୍ବୃତ୍ତଙ୍କ ହାତରେ ବିଜେପି ପତାକା ଥିଲା ଏବଂ ସେମାନେ ସାମ୍ପ୍ରଦାୟିକ ସ୍ଲୋଗାନ ଦେଉଥିଲେ ବୋଲି କୁହାଯାଇଛି। ତାଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣର ଫଟୋ ଓ ଭିଡ଼ିଓ ସଲମାନ ଖୁର୍ସିଦ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିସହ ସେ ଲେଖିଛନ୍ତି, “ମୁଁ ତଥାପି ଭୁଲ୍ କି?” କୁମାଓଁ ଡିଜି ନିଲଶ ଆନନ୍ଦ କହିଛନ୍ତି ଯେ ଏହି ମାମଲାରେ ରାକେଶ କପିଲ ନାମକ ଜଣେ ବ୍ୟକ୍ତି ଏବଂ ଅନ୍ୟ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସଲମାନ ଖୁର୍ସିଦ୍ ତାଙ୍କ ପୁସ୍ତକ “ସନରାଇଜ୍ ଓଭର ଅଯୋଧ୍ୟା: ନ୍ୟାସନହୁଡ୍ ଇନ୍ ଆଓ୍ବାର ଟାଇମ୍ସ” ନେଇ ବିବାଦରେ ଅଛନ୍ତି । ସେ ଏହି ପୁସ୍ତକରେ ହିନ୍ଦୁତ୍ୱକୁ ଆତଙ୍କବାଦୀ ଗୋଷ୍ଠୀ ବୋକୋ ହରାମ ଏବଂ ଆଇଏସ୍ ସହିତ ତୁଳନା କରିଛନ୍ତି। ସେବେଠାରୁ ଖୁର୍ସିଦ ଟାର୍ଗେଟରେ ଅଛନ୍ତି।

Comments are closed.