ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ସଞ୍ଜୁ ସାମସନ୍ ବାଦ୍, ଜିତେଶ ଶର୍ମା ସାମିଲ

ପୁଣେ: ଆଘାତ କାରଣରୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍ ପଡିଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ସିରିଜର ପ୍ରଥମ ମ୍ୟାଚରେ ଫିଲ୍ଡିଂ ବେଳେ ସାମସନଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଘାତ ଯୋଗୁଁ ସାମସନ ଦଳ ସହ ପୁଣେରେ ପହଞ୍ଚି ନଥିଲେ । ସେ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରୁ ବାଦ୍ ପଡିଛନ୍ତି। ସାମସନଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି।

୨୯ ବର୍ଷର ଜିତେଶ ଶର୍ମା ଘରୋଇ କ୍ରିକେଟରେ ବିଦର୍ଭ ପାଇଁ ଖେଳନ୍ତି | ସେ ୨୦୧୪ରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ | ଏଥି ସହିତ ସେ ଆଇପିଏଲରେ ପଞ୍ଜାବ କିଙ୍ଗ୍ସର ଏକ ମଧ୍ୟ ଅଂଶବିଶେଷ ଅଛନ୍ତି। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ପ୍ରତିନିଧିତ୍ଵ କରିଥିଲେ । କିନ୍ତୁ ସେଠାରେ ସେ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ | ଗତ ସିଜନରେ ପଞ୍ଜାବ କିଙ୍ଗ୍ସ ଜିତେଶଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଥିଲା। ମାତ୍ର ୨୦ ଲକ୍ଷରେ ବିକ୍ରି ହୋଇଥିବା ଜିତେଶ ୧୦ଟି ଇନିଂସରେ ୨୩୪ ରନ୍ ସଂଗ୍ରହ କରିଛନ୍ତି। ସେ ୧୬୩.୬୪ ଷ୍ଟ୍ରାଇକ୍ ହାରରେ ରନ୍ କରିଛନ୍ତି ।

Comments are closed.