ଗଣତନ୍ତ୍ର ଦିବସରେ ଦେଶବ୍ୟାପୀ ଟ୍ରାକ୍ଟର ପରେଡ୍ ଆୟୋଜନ କରିବ ସଂଯୁକ୍ତ କିସାନ ମୋର୍ଚ୍ଚା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ପୁଣି ଟ୍ରାକ୍ଟର ରାଲି ଆୟୋଜନ କରିବାକୁ ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ୍) ଘୋଷଣା କରିଛି । ସେହି ଦିନ ଦେଶର ପ୍ରାୟ ୫୦୦ଟି ଜିଲ୍ଲାରେ ଟ୍ରାକ୍ଟର ପରେଡ୍ ଆୟୋଜନ କରାଯିବ ବୋଲି ଏକ ବିବୃତ୍ତିରେ ସୂଚନା ଦେଇଛି ଏସକେଏମ୍ । ଜାତୀୟ ରାଜଧାନୀରେ ଗଣତନ୍ତ୍ର ଦିବସ ପରେଡ୍ ଶେଷ ହେବା ପରେ ଟ୍ରାକ୍ଟର ପରେଡ ଅନୁଷ୍ଠିତ ହେବ ବୋଲି ଏସକେଏମ୍ କହିଛି।

ପ୍ରସ୍ତାବିତ ଟ୍ରାକ୍ଟର ପରେଡରେ ଅଂଶଗ୍ରହଣ କରିବାକୁ ଥିବା ଚାଷୀମାନେ ନିଜ ସଂଗଠନର ଝଣ୍ଡା ସହ ଜାତୀୟ ପତାକା ଉଡ଼ାଇବେ । ଚାଷୀମାନେ ଭାରତର ସମ୍ବିଧାନରେ ନିହିତ ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା, ଧର୍ମନିରପେକ୍ଷତା ଏବଂ ସମାଜବାଦ ଆଦିର ସୁରକ୍ଷା ପାଇଁ ସଂକଳ୍ପ କରିବେ | ଟ୍ରାକ୍ଟର ସହ ଅନ୍ୟାନ୍ୟ ଯାନ ଓ ମୋଟରସାଇକେଲ ମଧ୍ୟ ପରେଡରେ ସାମିଲ କରାଯିବ ବୋଲି ଏସକେଏମ୍ କହିଛି।

ଉଲ୍ଲେଖଯୋଗ୍ୟ, ୨୦୨୦ରେ ବିଭିନ୍ନ ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ତିନି କୃଷୀ ଆଇନ (ବର୍ତ୍ତମାନ ରଦ୍ଦ)କୁ ବିରୋଧ କରି ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବାହାର କରିଥିଲେ । କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଜାତୀୟ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଲାଠିମାଡ଼ରେ ଅନେକ ବିକ୍ଷୋଭକାରୀ ଆହତ ହୋଇଥିଲେ

Comments are closed.