ମହିଳା ପ୍ରିମିୟର ଲିଗ୍ ସହ ଯୋଡି ହେଲେ ଟେନିସ କୁଇନ୍ ସାନିଆ, ଆରସିବି ଦେଲା ଏହି ବଡ଼ ଦାୟିତ୍ବ

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ସହ ଯୋଡ଼ି ହୋଇଛନ୍ତି ଟେନିସ କୁଇନ୍ ସାନିଆ ମିର୍ଜା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୁଧବାର ଡବ୍ଲୁପିଏଲର ପ୍ରଥମ ସିଜନ୍ ପାଇଁ ଟେନିସ୍ କିମ୍ବଦନ୍ତୀ ସାନିଆ ମିର୍ଜାଙ୍କୁ ନିଜ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ନିଜ ୨୦ ବର୍ଷର କ୍ୟାରିୟରରେ ସାନିଆ ୬ଟି ଗ୍ରାଣ୍ଡ୍ ସ୍ଲାମ୍ ସହ ୪୩ଟି ଡବ୍ଲୁଟିଏ ଟାଇଟଲ୍ ଜିତିଛନ୍ତି | ଆରସିବି ଦଳ ଏକ ବିବୃତିରେ କହିଛି ଯେ ମହିଳାମାନଙ୍କ ପାଇଁ ରୋଲ୍ ମଡେଲ୍ ଓ ବିଶ୍ୱସ୍ତରରେ ତାଙ୍କ ମାନ୍ୟତା ଦୃଷ୍ଟିରୁ ଆରସିବି ଟିମ୍ ମ୍ୟାନେଜମେଣ୍ଟ ନିଜ ମହିଳା ଦଳକୁ ଉତ୍ସାହିତ ଓ ପ୍ରେରିତ କରିବାକୁ ସାନିଆଙ୍କୁ ସାମିଲ କରିଛି ।

ନିକଟରେ ହୋଇଥିବା ମହିଳା ପ୍ରିମିୟର ଲିଗ୍ ନିଲାମରେ (ଡବ୍ଲୁପିଏଲ୍ ନିଲାମ)ରେ ଆରସିବି ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏଲିସେ ପେରି, ଅଷ୍ଟ୍ରେଲୀୟ ମିଡିୟମ ପେସର୍ ମେଗାନ୍ ସ୍କଟ୍, ନ୍ୟୁଜିଲ୍ୟାଣ୍ଡର ଅଧିନାୟିକା ସୋଫି ଡିଭାଇନ୍, ଇଂଲଣ୍ଡ ଅଧିନାୟିକା ହେଥର ନାଇଟ୍, ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଡେନ ଓ୍ବାନ ନିକେର୍ ଏବଂ ଇଣ୍ଡିଆ ଅଣ୍ଡର -୧୯ ତାରକା ରିଚା ଘୋଷଙ୍କ ଭଳି ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଥିଲା ।

ସାନିଆ ମିର୍ଜା କହିଛନ୍ତି, “ଆରସିବି ମହିଳା ଦଳରେ ଜଣେ ମେଣ୍ଟର ଭାବରେ ଯୋଗଦେବା ମୋ ପାଇଁ ଖୁସିର ବିଷୟ। ମହିଳା ପ୍ରିମିୟର ଲିଗ୍ ଆରମ୍ଭ ହେବା ସହିତ ଭାରତୀୟ ମହିଳା କ୍ରିକେଟରେ ଏକ ବୈପ୍ଳବିକ ପରିବର୍ତ୍ତନ ହୋଇଛି । ଏବଂ ମୁଁ ଏହି ବୈପ୍ଳବିକ ପଦକ୍ଷେପର ଏକ ଅଂଶ ହେବାକୁ ଅପେକ୍ଷା କରିଛି। ଆରସିବି ଓ ଏହାର ବ୍ରାଣ୍ଡ ଫିଲୋସଫି ସହ ମୋ ବିଚାରଧାରାର ସମାନତା ରହିଛି ।

Comments are closed.