ଭୁବନେଶ୍ବର: ଶରତ ପଟ୍ଟନାୟକ ରାଜ୍ୟ ପ୍ରଦେଶ କଂଗ୍ରେସର ନୂଆ ସଭାପତି ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶରତଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତ କରିଛନ୍ତି । ସେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନ ନେଇଛନ୍ତି ।ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ସୋନିଆ ଗ୍ରହଣ କରିଛନ୍ତି। ଶରତଙ୍କ ନିଯୁକ୍ତି ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିବୃତିରେ ଘୋଷଣା କରାଯାଇଛି । ଶରତ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ହୋଇଛନ୍ତି । ଏହା ପୂର୍ବରୁ ଶରତ ପଟ୍ଟନାୟକ ୨୦୦୧ ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଦାୟିତ୍ୱ ତୁଲାଇଥିଲେ । ସେ ୧୯୯୦ରେ ବଲାଙ୍ଗୀର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।
Comments are closed.