ମନି ଲଣ୍ଡରିଂ ମାମଲା: ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ସରକାରୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉସ୍ ଏଓଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଅଙ୍କୁଷ ଜୈନ ଏବଂ ବୈଭବ ଜୈନଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛନ୍ତି।

ନଭେମ୍ବର ୧୧ରେ କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ।

ମନି ଲଣ୍ଡରିଂ ମାମଲାରେ ଚଳିତ ବର୍ଷ ମେ’ରେ ଇଡି ତାଙ୍କୁ ଗିରଫ କରିଥିଲା।

ଇଡି ଜୈନ ପରିବାର ଏବଂ ଆକିଞ୍ଚନ ଡେଭଲପର୍ସ ପିଭି ଲିମିଟେଡ୍ ଏବଂ ଇଣ୍ଡୋ ମେଟାଲ୍ ଇମ୍ପେକ୍ସ ପିଭି ଲିମିଟେଡ୍ ଏବଂ ସେମାନଙ୍କ ଦ୍ବାରା ନିୟନ୍ତ୍ରିତ ତଥା ମାଲିକାନାରେ ଥିବା ୪.୮୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିଲା ।

ଅଗଷ୍ଟ ୨୫, ୨୦୧୭ରେ ସିବିଆଇ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ବେଆଇନ ଟଙ୍କା କାରବାର ମାମଲା ରୁଜୁ କରିଥିଲା। ଏହି ଏଫ୍ଆଇଆର୍ ଆଧାରରେ ଇଡି ମଧ୍ୟ ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୨୦୧୮ ମସିହାରେ ଇଡି ଏହି ମାମଲାରେ ତାଙ୍କୁ ଜେରା କରିଥିଲା।

Comments are closed.