‘ପଶୁ ମଲେ ନେତା ଶୋକ ପ୍ରକାଶ କରୁଛନ୍ତି, ୬୦୦ ଚାଷୀ ମଲେଣି କାହାର ଦୁଃଖ ନାହିଁ..’ ମୋଦି ସରକାରଙ୍କୁ ପୁଣି ସତ୍ୟପାଲ ମଲିକଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୟପୁରରେ ଏକ କାର୍ଯ୍ୟକ୍ରମରେ ସତ୍ୟପାଲ ମଲିକ କହିଛନ୍ତି ଯେ ମୋଦି ସରକାର ଛୋଟ ଛୋଟ କଥା ପାଇଁ ଦୁଃଖ ପ୍ରକାଶ କରୁଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନରେ ୬୦୦ ଚାଷୀଙ୍କ ମୃତ୍ୟୁ ହେଲାଣି। ହେଲେ ଏପର୍ଯ୍ୟନ୍ତ ମୋଦି ସରକାର ସେମାନଙ୍କ ପାଇଁ ଥରଟିଏ ସମବେଦନା ପ୍ରକାଶ କରି ନାହାଁନ୍ତି। ସତ୍ୟପାଲ ମଲିକ ଆହୁରି କହିଛନ୍ତି ଯେ ଯେଉଁମାନେ ମୋତେ ନିଯୁକ୍ତ କରିଛନ୍ତି ସେମାନେ ଯଦି ଇସ୍ତଫା ଦେବାକୁ କୁହନ୍ତି, ତେବେ ମୁଁ ପଦ ଛାଡିବାକୁ ପ୍ରସ୍ତୁତ ଅଛି।

ମଲିକ କହିଛନ୍ତି, ‘ଦେଶରେ ଏତେ ବଡ଼ ଆନ୍ଦୋଳନ ଆଜି ପର୍ଯ୍ୟନ୍ତ ହୋଇନାହିଁ, ଯେଉଁଥିରେ ୬୦୦ ଲୋକ ପ୍ରାଣ ହରାଇଛନ୍ତି | ଏକ ପଶୁର ମୃତ୍ୟୁରେ ବି ଦିଲ୍ଲୀର ନେତାଙ୍କ ଶୋକ ବାର୍ତ୍ତା ଆସେ, କିନ୍ତୁ ୬୦୦ କୃଷକଙ୍କ ମୃତ୍ୟୁକୁ ନେଇ ଲୋକସଭାରେ ଏଯାଏଁ ସଂକଳ୍ପ ପାରିତ ହୋଇନାହିଁ। ମହାରାଷ୍ଟ୍ରରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୫-୭ ଲୋକଙ୍କ ସପକ୍ଷରେ କେନ୍ଦ୍ର ପ୍ରସ୍ତାବ ପାରିତ କରିଥିଲା। କିନ୍ତୁ ଆମର ୬୦୦ ମୃତ କୃଷକଙ୍କ ସପକ୍ଷରେ କେହି ପଦୁଟିଏ କହି ନାହାଁନ୍ତି ।

Comments are closed.