ଭୋଟର ତାଲିକାକୁ ଆଧାର ସହ ଯୋଡିବା ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭୋଟର ତାଲିକାକୁ ଆଧାର ସହ ଯୋଡିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଏକ ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି।

ଜଷ୍ଟିସ ଏସ.କେ କୌଲ ଏବଂ ଅଭୟ ଏସ ଓକାଙ୍କ ଏକ ଖଣ୍ଡପୀଠ ପୂର୍ବତନ ମେଜର ଜେନେରାଲ ଏସ.ଜି ବୋମ୍ବାଟକେରେଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଏ ସମ୍ବନ୍ଧୀୟ ଅନ୍ୟ ଏକ ବିଚାରାଧୀନ ମାମଲା ସହ ଯୋଡ଼ିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ୨୦୧୯ ରେ ଆଧାର ସମ୍ବନ୍ଧୀୟ ବିଚାରକୁ ଦୃଷ୍ଟିରେ ରଖି ଆବେଦନକାରୀ କହିଛନ୍ତି ଯେ ଯଦି କିଛି ଲାଭ ମିଳେ ତେବେ ଆଧାର ବାଧ୍ୟତାମୂଳକ ହୋଇପାରେ । କିନ୍ତୁ ଅଧିକାରରୁ ବଞ୍ଚିତ କରିବାକୁ ଆଧାରକୁ ବାଧ୍ୟତାମୂଳକ କରିବା ଠିକ୍ ନୁହେଁ । ସବୁ ଅଧିକାର ମଧ୍ୟରୁ ଭୋଟ୍ ଦେବା ହେଉଛି ସର୍ବୋଚ୍ଚ ଅଧିକାର। ”

କୋର୍ଟ କହିଛନ୍ତି ଯେ ସେ ଅନ୍ୟ ଦୁଇଟି ଆବେଦନ ମଧ୍ୟ କରିଛନ୍ତି, ତେଣୁ ଏହାକୁ ଏକାଠି ଶୁଣାଣି କରିବା ଆବଶ୍ୟକ।
ବରିଷ୍ଠ ଓକିଲ ଶ୍ୟାମ ଦିଓ୍ବାନ ଆବେଦନକାରୀଙ୍କ ତରଫରୁ ହାଜର ହୋଇ କହିଥିଲେ ଯେ, ଭୋଟ୍ ଦେବା ଅଧିକାର ହେଉଛି ଅନ୍ୟତମ ପବିତ୍ର ଅଧିକାର ଏବଂ ଯଦି କାହାର ଆଧାର ନାହିଁ, ତେବେ ତାଙ୍କୁ ଏଥିରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପଞ୍ଜୀକରଣ ନିୟମରେ ସଂଶୋଧନ କରିବାବେଳେ ଭୋଟରଙ୍କ ନାମ ଏକାଧିକ ଭୋଟର ତାଲିକାରେ ଯେପରି ନ ରହେ, ସେଥିପାଇଁ ଭୋଟର ତାଲିକାକୁ ଆଧାର ସହିତ ଯୋଡିବାକୁ କେନ୍ଦ୍ର ପୂର୍ବରୁ ମଞ୍ଜୁରି ଦେଇଥିଲା ।

Comments are closed.