ଆଠ ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ଵାଧୀନ ସୁପ୍ରିମକୋର୍ଟ କଲେଜିୟମ ଦେଶର ବିଭିନ୍ନ ହାଇକୋର୍ଟର ଆଠ ଜଣ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ କରିଛି।
ଯେଉଁ ବିଚାରପତିଙ୍କ ନାମ ପଦୋନ୍ନତି ପାଇଁ ସୁପାରିସ କରାଯାଇଛି ସେମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଅଛନ୍ତି।
କ୦ଲେଜିୟମର ଏହି ବୈଠକ ୧୬ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା।

ସୁପ୍ରିମକୋର୍ଟ ଉପରେ ରିପୋର୍ଟ କରୁଥିବା ଜଣେ ବରିଷ୍ଠ ସାମ୍ବାଦିକ ସୁଚିତ୍ରା ମହାନ୍ତି କହିଛନ୍ତି ଯେ ଏହା ସହିତ ପାଞ୍ଚଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କରାଯାଇଛି।

ଏମାନଙ୍କ ବ୍ୟତୀତ ହାଇକୋର୍ଟର ୨୮ ଜଣ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କରାଯାଇଛି। ଏଥିମଧ୍ୟରେ ତ୍ରିପୁରା ହାଇକୋର୍ଟର ପ୍ରଧାନ ବିଚାରପତି ଅକିଲ କୁରେଶି ଅଛନ୍ତି। ତାଙ୍କୁ ରାଜସ୍ଥାନ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ସୁପାରିଶ କରାଯାଇଛି।

ମେଘାଳୟ ହାଇକୋର୍ଟର ବିଚାରପତି ଜଷ୍ଟିସ ରଞ୍ଜିତ ଭି.ମୋରେଙ୍କୁ ମୁଖ୍ୟ ବିଚାରପତି ଭାବେ ସୁପାରିଶ କରାଯାଇଛି ଏବଂ ସେ ମେଘାଳୟରେ ରହିବେ।

Comments are closed.