ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନାଙ୍କ ନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ନୋଟିସ୍, ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ଭାବେ ରାକେଶ ଅସ୍ଥାନାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ଅସ୍ଥାନାଙ୍କୁ ନୋଟିସ୍ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ଉଭୟଙ୍କୁ କୁହାଯାଇଛି। ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ ରାକେଶ ଅସ୍ଥାନାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । ଚ୍ୟାଲେଞ୍ଜ ଆବେଦନରେ କୁହାଯାଇଛି ଯେ ନିୟମ ଉଲ୍ଲଂଘନ କରାଯାଇ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।

ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଅସ୍ଥାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଅନୁଗତ ଭାବେ ପରିଚିତ ।

ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ପ୍ରଶାନ୍ତ ଭୂଷଣଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଆଉ ଏକ ଆବେଦନର ଜବାବରେ କେନ୍ଦ୍ର ସରକାର ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ଯଥାର୍ଥ ବୋଲି କହିଥିଲେ। ଦିଲ୍ଲୀ ହାଇକୋର୍ଟରେ ଦାଖଲ ଜବାବରେ ଗୃହ ମନ୍ତ୍ରଣାଳୟ କହିଥିଲା ଯେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର୍) ରେ ଆଇନ ଶୃଙ୍ଖଳା ସହ ଜଡିତ ବିଭିନ୍ନ ଆହ୍ବାନକୁ ଦୃଷ୍ଟିରେ ରଖି ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସର କମିଶନର ଭାବରେ ନିଯୁକ୍ତ କରାଯାଇଛି।

Comments are closed.