ସୁପ୍ରିମକୋର୍ଟରେ ପହଞ୍ଚିଲା ହିଜାବ ବିବାଦ, ଏବେ ହସ୍ତକ୍ଷେପ କରିବାକୁ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: କର୍ଣ୍ଣାଟକର କଲେଜରେ ହିଜାବ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବରିଷ୍ଠ ଓକିଲ କପିଲ ସିବଲ ଗୁରୁବାର ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଛନ୍ତି। ସେ କହିଛନ୍ତି ଯେ ଦୁଇମାସ ପରେ ପରୀକ୍ଷା ହେବାକୁ ଥିବାବେଳେ ଝିଅମାନଙ୍କୁ ସ୍କୁଲକୁ ଆସିବାକୁ ବାରଣ କରାଯାଉଛି। ସେମାନଙ୍କ ଉପରକୁ ପଥର ଫିଙ୍ଗାଯାଉଛି। ଏହା ଏପରି ଏକ ଧାର୍ମିକ ମାମଲା ଯାହା ଉପରେ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ ।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟର ୯ ଜଜଙ୍କ ଖଣ୍ଡପୀଠ ସାବରିମାଲା ମନ୍ଦିର ବିବାଦର ଶୁଣାଣି କରିଥିଲେ। ସିବଲଙ୍କ ଆବେଦନ ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ବୋଧହୁଏ ହାଇକୋର୍ଟ ଆପଣଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି | ସେଠାରେ ପ୍ରଥମେ ଏହାର ଶୁଣାଣି ହଉ |

କର୍ଣ୍ଣାଟକ ହାଇକୋର୍ଟରୁ ହିଜାବ ବିବାଦ ସହ ଜଡିତ ପିଟିସନକୁ ସର୍ବୋଚ୍ଚ ନ୍ୟାୟାଳୟକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆଜି ହାଇକୋର୍ଟ ଏହି ମାମଲା ବିଚାରଧୀନ ରହିଛି। କାହିଁକି (ସୁପ୍ରିମକୋର୍ଟ) ଏହି ପର୍ଯ୍ୟାୟରେ ଏଥିରେ ହସ୍ତକ୍ଷେପ କରାଯିବ?

କର୍ଣ୍ଣାଟକ ହାଇକୋର୍ଟ ହିଜାବ ପିନ୍ଧିବାର ଅଧିକାର ନେଇ ମୁସଲିମ ଛାତ୍ରୀଙ୍କ ଆବେଦନ ଉପରେ ବିଚାର କରୁଛନ୍ତି। ଏଥି ସହିତ ବଢୁଥିବା ବିବାଦକୁ ଦେଖି ରାଜ୍ୟ ସରକାର ସବୁ ସ୍କୁଲ, କଲେଜରେ ତିନି ଦିନ ଧରି ଛୁଟି ଘୋଷଣା କରିଛନ୍ତି।

Comments are closed.