ମହାରାଷ୍ଟ୍ର ସଙ୍କଟ: ଆଜି ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀ ଆବେଦନର ଶୁଣାଣି, ଉପବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୈତକ ଅସ୍ଥିରତା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଶିବସେନାର ବିଦ୍ରୋହୀ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରିଛନ୍ତି। ଆଜି ଏହାର ଶୁଣାଣି କରାଯିବ | ନିଜ ଆବେଦନରେ ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ଉପବାଚସ୍ପତିଙ୍କ ନୋଟିସକୁ ସିନ୍ଦେ ଗୋଷ୍ଠୀ ଚ୍ୟାଲେଞ୍ଜ କରିବା ସହ ବିଧାୟକମାନେ ନିଜ ତଥା ପରିବାର ପାଇଁ ସୁରକ୍ଷା ଦାବି କରିଛନ୍ତି।

ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ନୋଟିସ ବିରୋଧରେ ସିନ୍ଦେ ଦଳର ବିଧାୟକମାନେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବିଦ୍ରୋହୀ ବିଧାୟକମାନେ ଯୁକ୍ତି କରିଛନ୍ତି ଯେ ଶିବସେନା ବିଧାୟକ ଦଳର ଦୁଇ ତୃତୀୟାଂଶ ସଦସ୍ୟ ଆମକୁ ସମର୍ଥନ କରନ୍ତି। ଏହା ଜାଣିବା ସତ୍ତ୍ୱେ ଉପବାଚସ୍ପତି ଜୁନ୍ ୨୧ ରେ ଶିବସେନା ବିଧାୟକ ଦଳର ନୂଆ ନେତା ନିଯୁକ୍ତ କରିଥିଲେ।

ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଜେ.ବି ପାର୍ଦିୱାଲାଙ୍କ ଏକ ଖଣ୍ଡପୀଠ ଉଭୟ ପିଟିସନର ଶୁଣାଣି କରିବେ। ବରିଷ୍ଠ ଓକିଲ ହରିଶ ସାଲଭେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ହାଜର ହେବାକୁ ଥିବା ବେଳେ ଅଭିଷେକ ମନୁ ସିଂଗଭି ଶିବସେନା ପକ୍ଷରୁ ମାମଲା ପରିଚାଳନା କରିବେ। ଉପ ବାଚସ୍ପତି ନରହରୀ ଜିରାୱାଲ ୧୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ନୋଟିସ ଦେଇଥିଲେ।

Comments are closed.