ଆଜି ଇଡବ୍ଲୁଏସ୍ ସଂରକ୍ଷଣର ବୈଧତା ନେଇ ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରିରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍) କୁ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାରେ ରାୟ ପ୍ରକାଶ କରିବେ ।

ତତ୍କାଳୀନ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସମେତ ବରିଷ୍ଠ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ୨୭ ସେପ୍ଟେମ୍ବରରେ ଇଡବ୍ଲୁଏସ୍ ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଥିଲେ । ସେପ୍ଟେମ୍ବର ୧୩ରେ ଶିକ୍ଷାବିତ୍ ମୋହନ ଗୋପାଳ କୋର୍ଟରେ ଯୁକ୍ତି କରିଥିଲେ ଯେ ଇଡବ୍ଲୁଏସ୍ କୋଟା ସଂରକ୍ଷଣ ମୂଳ ଉଦ୍ଦେଶ୍ୟ “ପଛ ଦ୍ୱାର ଦେଇ” ନଷ୍ଟ କରିବାକୁ ଉଦ୍ୟମ ବୋଲି କହିଥିଲେ।

Comments are closed.