ଚାଷୀଙ୍କୁ କାର୍ ଚଢ଼ାଇ ହତ୍ୟା ମାମଲା: ମାର୍ଚ୍ଚ ୧୧ରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଗତ ବର୍ଷ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ବିକ୍ଷୋଭରତ ଚାଷୀଙ୍କୁ କାର୍ ଚଢ଼ାଇ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷଙ୍କ ଜାମିନ ରଦ୍ଦ କରିବା ନେଇ ଆଗତ ଆବେଦନର ଶୁଣାଣି ସୁପ୍ରିମକୋର୍ଟ ମାର୍ଚ୍ଚ ୧୧ ରେ କରିବେ । ନିହତ କୃଷକଙ୍କ ପରିବାରର ଓକିଲ ପ୍ରଶାନ୍ତ ଭୂଷଣ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ତରଫରୁ ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ। ଏହା ପରେ ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନା ଏହି ମାମଲାର ଶୁଣାଣି ପାଇଁ ମାର୍ଚ୍ଚ ୧୧କୁ ଦିନ ଧାର୍ଯ୍ୟ କରିଛନ୍ତି।

ଜାମିନ ପ୍ରଦାନ ବେଳେ ହାଇକୋର୍ଟ ଅପରାଧର ଗମ୍ଭୀରତା ପ୍ରତି ଧ୍ୟାନ ଦେଇନାହାଁନ୍ତି ବୋଲି ଆବେଦନରେ କୁହାଯାଇଛି। ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବା ଉଚିତ୍ ଥିଲା । କିନ୍ତୁ ସରକାର ତାହା କରି ନାହାନ୍ତି। ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ କାରରେ ଚାପି ହୋଇ ପ୍ରାଣ ହରାଇଥିବା ଚାଷୀଙ୍କ ସମ୍ପର୍କୀୟ ମାନେ ଗତ ମାସରେ ଆଶିଷଙ୍କୁ ଜାମିନ ମଞ୍ଜୁର କରାଯିବା ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Comments are closed.