୪୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ବୁଷ୍ଟର୍ ଡୋଜ୍ ଦେବାକୁ କେନ୍ଦ୍ର ସରକାରଙ୍କୁ ବୈଜ୍ଞାନିକ ଗୋଷ୍ଠୀର ସୁପାରିସ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ଭାରତର ଟପ୍ ବୈଜ୍ଞାନିକମାନେ ୪୦ ବର୍ଷରୁ ଅଧିକ ଲୋକଙ୍କୁ ଦେଶରେ ବୁଷ୍ଟର୍ ଡୋଜ୍ ଦିଆଯିବାକୁ ପରାମର୍ଶ ଦେଇଛନ୍ତି | ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକାର ବୁଷ୍ଟର ଡୋଜ୍ ଦେବାକୁ

ଦେଶର ଶୀର୍ଷ ଜେନୋମ ବୈଜ୍ଞାନିକ ସମୂହ ସୁପାରିଶ କରିଛନ୍ତି | ଭାରତୀୟ ସାର୍ସ-କୋଭ୍-୨ ଜେନୋମିକ୍ସ ସିକ୍ୱେନ୍ସିଂ କନ୍ସୋର୍ଟିୟମ୍ (INSACOG) ର ସାପ୍ତାହିକ ବୁଲେଟିନରେ ବୁଷ୍ଟର ଡୋଜ୍ ଦେବାକୁ ସୁପାରିଶ କରାଯାଇଛି | ଏହି ସଂଗଠନ ହେଉଛି ଜାତୀୟ ପରୀକ୍ଷଣ ଲାବୋରେଟୋରୀଗୁଡିକର ଏକ ନେଟୱାର୍କ ଯାହା କରୋନାର ଜେନୋମ ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ ସରକାରଙ୍କ ଦ୍ୱାରା ସ୍ଥାପିତ |

ଉକ୍ତ ବୁଲେଟିନରେ କୁହାଯାଇଛି ଯେ ଯେଉଁମାନଙ୍କ ଟିକାକରଣ କରାଯାଇ ନାହିଁ ସେମାନଙ୍କ ପାଇଁ ଅଧିକ ବିପଦ ରହିଛି । ସେମାନଙ୍କ ପ୍ରଥମେ ଟିକାକରଣ କରାଯିବା ଉଚିତ ଏବଂ ୪୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏକ ବୁଷ୍ଟର୍ ଡୋଜ୍ ଦିଆଯିବା ଉଚିତ୍ | ଏଥିମଧ୍ୟରେ ହାଇ ରିସ୍କ ଏବଂ ଅଧିକ ବିପଦ ଥିବା ଲୋକଙ୍କୁ ପ୍ରାଥମିକତା ଦିଆଯାଇପାରେ | ଉଲ୍ଲେଖଯୋଗ୍ୟ ଯେ ଦେଶର ମହାମାରୀ ପରିସ୍ଥିତିକୁ ନେଇ ଲୋକସଭାରେ ଆଲୋଚନା ବେଳେ ସାଂସଦମାନଙ୍କ ଦ୍ୱାରା କୋଭିଡ ଟିକା ବୃଦ୍ଧି ହେବାର ଆବଶ୍ୟକତା ମଧ୍ୟରେ ଏହି ସୁପାରିସ କରାଯାଇଛି ।।

Comments are closed.