‘କୋଭୋଭାକ୍ସ’ ଓ ‘କୋର୍ବେଭାକ୍ସ’ ଟିକାର ଜରୁରି ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିସ

ନୂଆଦିଲ୍ଲୀ: ଦେଶର ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶିତ କୋଭିଡ୍ ଭ୍ୟାକ୍ସିନ୍ ‘କୋଭୋଭାକ୍ସ’ ଓ ବାୟୋଲୋଜିକାଲ୍-ଇ କମ୍ପାନୀର ଟିକା ‘କୋର୍ବେଭାକ୍ସ’ର ଜରୁରୀ ବ୍ୟବହାରକୁ ମଞ୍ଜୁରି ଦେବା ପାଇଁ ସୁପାରିସ କରିଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ସୋମବାର କୋଭିଡ-୧୯ ସମ୍ବନ୍ଧୀୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (ସିଡିଏସସିଓ) ର ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍ଇସି) ଜରୁରୀକାଳୀନ ପରିସ୍ଥିତିରେ ଦେଶରେ କୋଭିଡ ଡ୍ରଗ୍ ମୋଲନୁପିରାବିର ନିୟନ୍ତ୍ରିତ ବ୍ୟବହାରକୁ ସୁପାରିଶ କରିଛି।

ସମସ୍ତ ସୁପାରିସକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଡ୍ରଗ୍ସ ନିୟନ୍ତ୍ରକଙ୍କ (ଡିସିଜିଆଇ)ଙ୍କ ନିକଟକୁ ପଠାଯାଇଛି | ସୋମବାର ଦ୍ୱିତୀୟ ଥର ଜରୁରୀକାଳୀନ ପରିସ୍ଥିତିରେ ଟିକା ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (ଏସ୍ଆଇଆଇ) ଆବେଦନକୁ ସମୀକ୍ଷା କରିଥିବା ବିଶେଷଜ୍ଞ କମିଟି ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ପରେ କୋଭୋଭ୍ୟାକ୍ସ ବ୍ୟବହାର କରିବାକୁ ପରାମର୍ଶ ଦେଇଛି |

ଏ ବାବଦରେ ପ୍ରଥମ ଆବେଦନ ଅକ୍ଟୋବରରେ ଏସ୍ଆଇଆଇ ର ସରକାରୀ ତଥା ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂଙ୍କ ଦ୍ଵାରା ଦାଖଲ କରାଯାଇଥିଲା।

Comments are closed.