ଫିଲ୍ମ ସାଇନ୍ କରିବା ପରେ ଏବେ ରାଜନୀତିରେ ପାଦ ଦେବେ ସୀମା ! ଏହି ଦଳରୁ ମିଳିଲା ନିର୍ବାଚନ ଲଢ଼ିବାକୁ ଅଫର

ନୂଆଦିଲ୍ଲୀ: ଭାରତୀୟ ପ୍ରେମିକଙ୍କ ପାଇଁ ନିଜ ସ୍ବାମୀ ଓ ଦେଶ ଛାଡ଼ି ଭାରତ ଚାଲି ଆସିଥିବା ପାକ୍ ନାଗରିକ ସୀମା ହାଇଦରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ନାନା ପ୍ରକାରର ଖବର ଟ୍ରେଣ୍ଡ୍ କରୁଛି। କେତେବେଳେ ସେ ଏକ ଫିଲ୍ମ ସାଇନ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ତ ଆଉ କେବେ ସେ ଖୁବ୍ ଶୀଘ୍ର ନିଜ ରାଜନୈତିକ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ସୀମାଙ୍କୁ କୁଆଡେ ଏବେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କ ପାର୍ଟି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ରୁ ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ଅଫର ମିଳିଛି। ଦଳର ଜଣେ ପଦାଧିକାରୀ କହିଛନ୍ତି ଯେ ସୀମା ତାଙ୍କ ଦଳର ମହିଳା ୱିଙ୍ଗ୍ ସଭାପତି ହୋଇପାରନ୍ତି ।

ବଡ଼ କଥା ହେଉଛି ସୀମା ହାଇଦର ସେହି ଅଫରକୁ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । କିନ୍ତୁ ସୀମା ଖୁବ୍ ଶୀଘ୍ର ରାଜନୈତିକ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି ।

Comments are closed.