ଲାଞ୍ଚ ନେବାବେଳେ ଧରାପଡିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଛତ୍ରପୁର – ଘର ପଟ୍ଟା କରେଇଦେବାକୁ କହି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଛନ୍ତି ଛତ୍ରପୁର ତହସିଲ କାର୍ଯ୍ୟାଳୟର ସିନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ସ୍ଵାତି ସୁଚରିତା ପାତ୍ର | ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ ।

ମୁତାବକ ଚାଷ ଜମିର କିସମ ପରିବର୍ତ୍ତନ ସହ ଘର ପଟ୍ଟା ଦେବା ପାଇଁ ଆଜି ସ୍ଵାତି ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ | ଏନେଇ ବ୍ୟକ୍ତିଜଣକ ଭିଜିଲାନ୍ସ ଟିମକୁ ସୂଚନା ଦେଇଥିଲେ | ଏହାପରେ ସ୍ଵାତି କେମିକାଲ ବୋଳା ହୋଇଥିବା ଟଙ୍କା ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା | ସ୍ଵାତିଙ୍କୁ ଗିରଫ କରାଯାଇଛି । ତାଙ୍କ ଘର ସମେତ ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।

Comments are closed.