ଟ୍ରକକୁ ପିଟିଲା ଆମ୍ବୁଲେନ୍ସ, ୭ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାନୁସାରେ, ବରେଲି ଜିଲ୍ଲାର ଫତେହଗଞ୍ଜ ପୋଲିସ ଥାନ ଅନ୍ତର୍ଗତ ଜାତୀୟ ରାଜପଥର ଶଙ୍କରା ବ୍ରିଜ ନିକଟରେ ଆମ୍ବୁଲାନ୍ସ ଏବଂ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଛି।

ମଙ୍ଗଳବାର ସକାଳେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରୁ ରୋଗୀ ନେଇ ପିଲିଭିଟକୁ ଯାଉଥିବା ଏକ ଆମ୍ବୁଲାନ୍ସ ଡିଭାଇଡର ଉପରେ ଚଢ଼ିଯାଇ ପାର୍ଶ୍ଵରେ ଯାଉଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ସମସ୍ତ ୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ହେଉଛନ୍ତି ପିଲିଭିଟ୍ ବାସିନ୍ଦା |

ଆମ୍ବୁଲାନ୍ସର ଡ୍ରାଇଭର ହେଉଛନ୍ତି ଭୋଜିପୁରା ପୋଲିସ ଷ୍ଟେସନ ଅନ୍ତର୍ଗତ ରାମପୁରା ଗାଁର ବାସିନ୍ଦା ମେହେନ୍ଦି ହାସନ। ଆମ୍ବୁଲାନ୍ସ ଡ୍ରାଇଭରର ହଠାତ୍ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଇଛି |

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ୭ ଜଣ ଲୋକ ପ୍ରାଣ ହରାଇବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.