ଶାମିଙ୍କୁ କରୋନା, ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତକୁ ଧକ୍କା ଲାଗିଛି । କରୋନା ପଜିଟିଭ୍ ହେବା ଯୋଗୁଁ ସିନିୟର ଦ୍ରୁତ ବୋଲର ମହମ୍ମଦ ଶାମି ଏହି ସିରିଜରୁ ବାଦ୍ ପଡିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨୦ ସେପ୍ଟେମ୍ବରରୁ ମୋହାଲିରେ ଆରମ୍ଭ ହେଉଛି | ଶାମିଙ୍କ ବାଦ୍ ପଡିବା ପରେ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଦଳରେ ସ୍ଥାନ ଦିଆଯାଇଛି।

ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ‘ମହମ୍ମଦ ଶାମି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ତାଙ୍କ ଠାରେ କୋଭିଡର ଅତି ସାମାନ୍ୟ ସାମାନ୍ୟ ଲକ୍ଷଣ ଥିବାରୁ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ଭାରତୀୟ ବୋର୍ଡ କହିଛି | କିନ୍ତୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅଲଗା ରହିବାକୁ ପଡ଼ିବ | ରିପୋର୍ଟ ନେଗେଟିଭ ହେବା ପରେ ସେ ପୁଣି ଦଳରେ ଯୋଗ ଦେଇ ପାରିବେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ବେଳକୁ ଶାମି ଫିଟ୍ ହେବେ ବୋଲି ସେ ଆଶା କରାଯାଉଛି।

Comments are closed.