ଶାରଜାରୁ ହାଇଦ୍ରାବାଦ ଆସୁଥିବା ଇଣ୍ଡିଗୋ ବିମାନର କରାଚିରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ଇଣ୍ଡିଗୋର ଏକ ବିମାନ ପାକିସ୍ତାନର କରାଚିରେ ଜରୁରୀ ଅବତରଣ କରିଛି । ବିମାନଟି ଶାରଜାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି କରାଚିରେ ଜରୁରୀ ଅବତରଣ କରିଛି। ବୈଷୟିକ ତ୍ରୁଟି ବିଷୟରେ ସୂଚନା ପାଇବା ପରେ କ୍ରୁ ସଦସ୍ୟମାନେ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଦ୍ୱାରା ହାଇଦ୍ରାବାଦକୁ ଅଣାଯିବ।

ଇଣ୍ଡିଗୋ ଏୟାରଲାଇନ୍ସ କହିଛି ଯେ ଶାରଜା-ହାଇଦ୍ରାବାଦ ବିମାନର ପାଇଲଟ ବିମାନରେ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ସୂଚନା ପାଇଛନ୍ତି। ଏହା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିମାନଟି କରାଚି ଆଡକୁ ମୁହାଁଇଥିଲା। ବର୍ତ୍ତମାନ ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ଆଣିବା ପାଇଁ କରାଚି ପାଇଁ ଅତିରିକ୍ତ ବିମାନର ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ ଜୁଲାଇ ୫ ରେ ଦିଲ୍ଲୀ ରୁ ଦୁବାଇ ଯାଉଥିବା ଏକ ସ୍ପାଇସଜେଟ୍ ବିମାନ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କରାଚିରେ ଜରୁରୀ ଅବତରଣ କରିଥିଲା ।

Comments are closed.