ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବା ନେଇ ବିବାଦ, ସାଂସଦ ନବନୀତ୍ ରାଣାଙ୍କ ବାସଭବନ ଘେରିଲେ ଶିବସେନା କର୍ମୀ

ମୁମ୍ବାଇ: ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ରରେ ବିବାଦ ଲାଗି ରହିଛି। ସ୍ବାଧୀନ ସାଂସଦ ନବନୀତ୍ ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଛନ୍ତି । ଏହାକୁ ନେଇ ଏବେ ବିବାଦ ତେଜିଛି। ନବନୀତ୍ ରାଣା ସକାଳ ୯ଟାରେ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରିବେ ବୋଲି କହିଥିଲେ । ତେବେ ଏହାପୂର୍ବରୁ ବହୁ ସଂଖ୍ୟକ ଶିବ ସୈନିକ ତାଙ୍କ ଘର ବାହାରେ ପହଞ୍ଚି ହୋହଲ୍ଲା କରିଛନ୍ତି |

ଖର ସ୍ଥିତ ସାଂସଦ ନବନୀତ୍ ରାଣାଙ୍କ ଘର ବାହାରେ ଶିବସେନାର ବହୁ କର୍ମୀ ହଙ୍ଗାମା କରିଛନ୍ତି। ନବନୀତଙ୍କ ସ୍ୱାମୀ ରବି ରାଣା ମଧ୍ୟ ଜଣେ ସ୍ବାଧୀନ ବିଧାୟକ । ଉଭୟ ‘ମାତୋଶ୍ରୀ’ ବାହାରେ ହନୁମାନ ଚଲିସା ପାଠ କରିବାକୁ ଘୋଷଣା କରିଥିଲେ। ନୋଟିସ୍ ପାଇବା ସତ୍ତ୍ୱେ ନବନୀତ୍ ରାଣା ହନୁମାନ ଚାଳିଶା ପଢ଼ିବା ପାଇଁ ଜିଦ୍ ଧରିଛନ୍ତି।

ଏ ସମ୍ପର୍କରେ ମୁମ୍ବାଇ ପୋଲିସ ମଧ୍ୟ ତାଙ୍କୁ ନୋଟିସ ଜାରି କରିଛି। ରାଣା ଦମ୍ପତିଙ୍କ ନିଷ୍ପତ୍ତି ପରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବଙ୍ଗଳା ‘ମାତୋଶ୍ରୀ’ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏହାଛଡ଼ା ରାଣା ଏବଂ ଶିବ ସୈନିକଙ୍କ ମଧ୍ୟରେ ସଂଘର୍ଷକୁ ରୋକିବା ପାଇଁ ମାଲାବାର ହିଲ୍ସ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ବର୍ଷା’ ବାହାରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛି।

ପୋଲିସର ନୋଟିସ ପାଇବା ପରେ ମଧ୍ୟ ରାଣା ଦମ୍ପତି କହିଛନ୍ତି ଯେ ସେମାନେ ବିରୋଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ କିନ୍ତୁ ନିଜ ନିଷ୍ପତ୍ତିରେ ବଦଳାଇବେ ନାହିଁ। ଶନିବାର ସକାଳେ ମାତୋଶ୍ରୀ ଯିବେ | ସେ କହିଛନ୍ତି ଯେ ଆମେ ଚାହୁଁନାହୁଁ ସୁରକ୍ଷା ବ୍ୟବସ୍ଥା ଖରାପ ହେଉ, ତେଣୁ ଆମେ ସେଠାକୁ ଆସିବାକୁ ମନା କରିଛୁ। ନବନୀତ କହିଛନ୍ତି ଯେ ହିନ୍ଦୁତ୍ୱ କାରଣରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସେ ତାଙ୍କର ଆଦର୍ଶକୁ ଭୁଲି ଯାଇଛନ୍ତି। ଅନ୍ୟପକ୍ଷରେ ରବି ରାଣା କହିଛନ୍ତି, ‘ମୁଁ ହନୁମାନ ଜୟନ୍ତୀ ଅବସରରେ ହନୁମାନ ଚାଳିଶା ପାଠ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲି କିନ୍ତୁ ସେ ବିଦର୍ଭକୁ ଆସି ନଥିଲେ।

Comments are closed.