ଏହି ରାଜ୍ୟର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି ମିଳିବ ୧୨ ମାସର ମାତୃତ୍ଵ ଛୁଟି

ଗ୍ୟାଙ୍ଗଟକ୍: ସିକ୍କିମ ସରକାର ବର୍ତ୍ତମାନ ନିଜ ମହିଳା କର୍ମଚାରୀମାନଙ୍କୁ ୧୨ ମାସର ମାଟର୍ନିଟି ଲିଭ୍ ବା ମାତୃତ୍ଵ ଛୁଟି ଦେବେ। ଏହାଛଡ଼ା ପିତୃତ୍ୱ ଛୁଟି ମଧ୍ୟ ଏକ ମାସ ପାଇଁ ବୃଦ୍ଧି କରାଯାଇଛି |

ସିକ୍କିମ ରାଜ୍ୟ ସିଭିଲ ସର୍ଭିସ ଅଫିସର୍ସ ଆସୋସିଏସନ (ଏସଏସସିଏସଏ) ର ବାର୍ଷିକ ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରିବା ପାଇଁ ସେବା ନିୟମରେ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତମାଙ୍ଗ କହିଛନ୍ତି ।

ସେ କହିଛନ୍ତି, “ଏହି ପରିବର୍ତ୍ତନ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ପିଲା ଏବଂ ପରିବାରର ଭଲ ଯତ୍ନ ନେବାରେ ସହାୟକ ହେବ ।”

ମାତୃତ୍ୱ ଲାଭ ଆଇନ ୧୯୬୧ ଅନୁଯାୟୀ, ମହିଳାମାନଙ୍କୁ ଛଅ ମାସ ଦରମା ସହିତ ଛୁଟିର ବ୍ୟବସ୍ଥା ରହିଛି।

ସିକ୍କିମ ହେଉଛି ଭାରତର ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ । ଏହି ଉତ୍ତରପୂର୍ବ ରାଜ୍ୟର ଜନସଂଖ୍ୟା ହେଉଛି ୬.୩୨ ଲକ୍ଷ।

Comments are closed.