କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀଙ୍କ ପରଲୋକ

କୋଲକାତା: ପ୍ରଖ୍ୟାତ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀଙ୍କ ମଙ୍ଗଳବାର ସନ୍ଧ୍ୟାରେ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା | ସନ୍ଧ୍ୟା ମୁଖାର୍ଜୀ ଓରଫ୍ ସନ୍ଧ୍ୟା ମୁଖୋପାଧ୍ୟାୟ ଏସଡି ବର୍ମନ, ନୌଶାଦ ଏବଂ ସଲିଲ ଚୌଧୁରୀଙ୍କ ପରି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ। ସେ ବଙ୍ଗଳା ଓ ହିନ୍ଦୀ ବ୍ୟତୀତ ଓଡ଼ିଆ ଗୀତ ଗାଇଛନ୍ତି ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଜାନୁଆରୀ ଶେଷ ସପ୍ତାହରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଜି ସନ୍ଧ୍ୟା ପ୍ରାୟ ୭:୩୦ରେ ମୁଖାର୍ଜୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ନିକଟରେ ମୁଖାର୍ଜୀ କରୋନା ସଂକ୍ରମିତ ମଧ୍ୟ ହୋଇଥିଲେ । ଏବଂ ସେ ହୃଦ୍ ରୋଗରେ ପୀଡିତ ଥିଲେ। ତାଙ୍କର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲେ |

ନିକଟରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ହେଲେ ସନ୍ଧ୍ୟା ମୁଖାର୍ଜୀ ଏହି ସମ୍ମାନ ଗ୍ରହଣ କରିବାକୁ ମନା କରିଥିଲେ । ୯୦ ବର୍ଷ ବୟସରେ ପଦ୍ମଶ୍ରୀ ସମ୍ମାନ ମିଳିବା ତାଙ୍କ ପାଇଁ ଅପମାନ ସୂଚକ ବୋଲି ସେ କହିଥିଲେ ।

Comments are closed.