ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ସିସୋଦିଆ

ନୂଆଦିଲ୍ଲୀ: ଅବକାରୀ ନୀତି ଅନିୟମିତତା ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ସୁପ୍ରିମକୋର୍ଟ ଯାଇଛନ୍ତି । ମଦ ଦୁର୍ନୀତିରେ ସିବିଆଇର ତଦନ୍ତ ଉପରେ ମଧ୍ୟ ସେ ତାଙ୍କ ପିଟିସନରେ ପ୍ରଶ୍ନ ଉଠାଇଛନ୍ତି ।

ସିସୋଦିଆଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଆଗରେ ଏହି ମାମଲା ଦାଖଲ କରିଛନ୍ତି ଏବଂ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କ ଆବେଦନର ଆଜି ହିଁ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

୨୦୨୧ ଅବକାରୀ ନୀତି ଅନିୟମିତତା ଅଭିଯୋଗରେ ସିସୋଦିଆଙ୍କୁ ରବିବାର ସନ୍ଧ୍ୟାରେ ସିବିଆଇ ଗିରଫ କରିଥିଲା । ତାଙ୍କୁ ଗତକାଲି ଦିଲ୍ଲୀର ଏକ କୋର୍ଟ ପାଞ୍ଚ ଦିନ ସିବିଆଇ ହାଜତକୁ ପଠାଇଥିଲେ ।

Comments are closed.