ଲକ୍ଷ୍ମୀପୁର ହିଂସା ମାମଲାରେ ଚାର୍ଜସିଟ୍ ଦାଖଲ କଲା ଏସ୍ଆଇଟି, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି। ଏହି ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସିଆଇଟି ଏହି ଚାର୍ଜସିଟ୍ ସିଜେଏମ୍ କୋର୍ଟରେ ଦାଖଲ କରିଛି। ଆଶିଷ ମିଶ୍ରଙ୍କ ସମେତ ୧୬ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ବଡ଼ କଥା ହେଉଛି କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଅନ୍ୟ ଜଣେ ଘନିଷ୍ଠ ସହଯୋଗୀ ବିରେନ୍ଦ୍ର ଶୁକ୍ଲାଙ୍କୁ ମଧ୍ୟ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ନାମିତ କରାଯାଇଛି। ଏହି ମାମଲାରେ ବର୍ତ୍ତମାନ ମନ୍ତ୍ରୀଙ୍କ ପୁଅ ଆଶିଷଙ୍କ ସମେତ ମୋଟ ୧୬ ଜଣ ଅଭିଯୁକ୍ତ ଅଛନ୍ତି।

ଗତ ବର୍ଷ ଅକ୍ଟୋବର ୩ରେ ଆଶିଷ ମିଶ୍ରଙ୍କ ସମର୍ଥକ ଏବଂ ଚାଷୀଙ୍କ ମଧ୍ୟରେ ସଂଘର୍ଷ ସମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। ଏସ୍ଆଇଟି ଏହି ଘଟଣାରେ ଆଶିଷ ମିଶ୍ରଙ୍କ ସମେତ ଅନ୍ୟ ୧୫ ଜଣଙ୍କୁ ହତ୍ୟା ଅଭିଯୁକ୍ତ ଭାବେ ନାମିତ କରିଛି। ଚାର୍ଜସିଟ୍ ଅନୁଯାୟୀ, ଲକ୍ଷ୍ମୀପୁର ଖେରୀ ହିଂସା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା । ବିକ୍ଷୋଭ ପ୍ରଦର୍ଶନ ବେଳେ ଜାଣିଶୁଣି କୃଷକମାନଙ୍କ ଉପରେ ଆଶିଷ ମିଶ୍ର ଓ ତାଙ୍କ ସହଯୋଗୀ ଏସୟୁଭି ମଡାଇ ହତ୍ୟା କରିଥିଲେ ବୋଲି ଏସ୍ଆଇଟି ରିପୋର୍ଟରେ କୁହାଯାଇଛି ।

Comments are closed.