ଆୟୁର୍ବେଦିକ କଫ ସିରପ୍ ପିଇ ୬ ମୃତ

ସୁରଟ: କଫ ସିରପ ହେଲା କାଳ। ଆୟୁର୍ବେଦିକ କଫ ସିରପ ପିଇ ୬ ଜଣଙ୍କ ମୃତ୍ୟୁ । ଗୁଜରାଟର ଖେଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ମାମଲାରେ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ସୁରଟର ୭ଟି ସ୍ଥାନରୁ ୨୧୯୫ କଫ ସିରପ ବୋତଲ ଜବତ କରାଯାଇଛି।

ସୁରଟ ଡିସିପିଙ୍କ ସୂଚନା ମୁତାବକ, “ଖେଡାରେ ଆୟୁର୍ବେଦିକ କଫ ସିରପ ପିଇବା ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ସୁରଟ ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆୟୁର୍ବେଦିକ ସିରପ ବିକ୍ରି କରୁଥିବା ୭ ଲୋକଙ୍କୁ ଗିରଫ କରିଛି। ପୋଲିସ ମଧ୍ୟ ୨୧୯୫ ବୋତଲ ଜବତ କରିଛି। ଜବତ ସବୁ କଫ ସିରପ ବୋତଲକୁ ଯାଞ୍ଚ୍ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି ।

Comments are closed.