ଆନ୍ଧ୍ର ପ୍ରଦେଶ: କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୬ ମୃତ, ୧୨ ଆହତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାର ଆକ୍କିରେଡିଗୁଡେମରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି । କୁହାଯାଉଛି ଯେ ଗ୍ୟାସ ଲିକ୍ ଯୋଗୁଁ ରିଆକ୍ଟର ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଥାଇପାରେ। ସୂଚନାନୁସାରେ, ଅଗ୍ନିକାଣ୍ଡ ସମୟରେ ୧୮ ଜଣ ଲୋକ ଫ୍ୟାକ୍ଟ୍ରିର ୟୁନିଟ୍ ୪ ରେ କାମ କରୁଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୬ ଜଣଙ୍କ ମଧ୍ୟରୁ ଚାରିଜଣ ବିହାରର ପ୍ରବାସୀ ଶ୍ରମିକ ଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଗୁରୁତର ଆହତମାନଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ଏହା ସହିତ ଆହତମାନଙ୍କ ଅବସ୍ଥା ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.