ବାହୁଡ଼ା ଯାତ୍ରା ବେଳେ ଅଘଟଣ, ରଥରେ ବିଦ୍ୟୁତ ତାର ଲାଗି ୬ ମୃତ, ୧୫ ଆହତ

ଅଗରତାଲା: ବାହୁଡ଼ା ଯାତ୍ରାରେ ଅଘଟଣ । ମହାବାହୁଙ୍କ ବାହୁଡ଼ା ଯାତ୍ରା ବେଳେ ରଥରେ ବିଦ୍ୟୁତ ତାର ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ତ୍ରିପୁରାର ଉନାକୋଟି ଜିଲ୍ଲାରେ ଏପରି ଦୁଃଖଦ ଘଟଣା ଘଟିଛି।

ପୁଲିସ ସୂଚନା ଅନୁଯାୟୀ ବାହୁଡ଼ା ଯାତ୍ରା ବେଳେ ରଥଟି ଓଭରହେଡ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ରଥରେ ବିଦ୍ୟୁତ୍ ପ୍ରବାହିତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଛୋଟପିଲା ଅଛନ୍ତି ।

ଏହି ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Comments are closed.