ଉତ୍ତରାଖଣ୍ଡରେ ନୌସେନା ଦଳ ହିମସ୍ଖଳନର ଶିକାର, ୬ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଏକ ନୌସେନା ଦଳ ହିମସ୍ଖଳନର ଶିକାର ହୋଇଛି। ଏହି ଘଟଣା ତ୍ରିଶୂଲ ପର୍ବତରେ ଘଟିଛି। ଏହି ନୌସେନା ଦଳ ପର୍ବତାରୋହଣ ପାଇଁ ଏଠାକୁ ଆସିଥିଲେ।ଏହି ଘଟଣାରେ ପାଞ୍ଚ ଜଣ ପର୍ବତାରୋହୀ ଏବଂ ଜଣେ ପୋର୍ଟର ନିଖୋଜ ଥିବା କୁହାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ତ୍ରିଶୁଳ ପର୍ବତ ଆରୋହଣ ସମୟରେ ହିମସ୍ଖଳନ ଘଟିଥିଲା। କର୍ଣ୍ଣେଲ ଅମିତ ବିଷ୍ଟଙ୍କ ନେତୃତ୍ୱରେ ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନର ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଭାରତୀୟ ନୌସେନା କହିଛି ଯେ ନିଖୋଜ ପର୍ବତାରୋହୀ ଏବଂ ଜଣେ ପୋର୍ଟରକୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଅପରେସନରେ ସେନା, ବାୟୁସେନା ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ ଏବଂ ହେଲିକପ୍ଟର ଯୋଗ ଦେଇଛନ୍ତି। ତ୍ରିଶୂଲ ପର୍ବତ କୁମାଓଁର ବାଗେଶ୍ୱର ଜିଲ୍ଲାର ଚମୋଲି ଜିଲ୍ଲା ସୀମାରେ ଅବସ୍ଥିତ | ତିନୋଟି ପର୍ବତ ଶିଖରର ସମଷ୍ଟି ଯୋଗୁଁ ଏହାକୁ ତ୍ରିଶୂଳ ପର୍ବତ କୁହାଯାଏ | ଏହି ଶିଖର ଆରୋହଣ ପାଇଁ ଚମୋଲି ଜିଲ୍ଲାର ଜୋଶିମଠ ଏବଂ ଘାଟରୁ ପର୍ବତାରୋହୀ ଦଳ ଯାଆନ୍ତି |

Comments are closed.