ଯାଜପୁର ରୋଡ୍ ଷ୍ଟେସନରେ ଅଘଟଣ, ଟ୍ରେନ ତଳେ କଟି ୬ ଶ୍ରମିକ ମୃତ୍ୟୁ

ଯାଜପୁର – ଯାଜପୁର ରୋଡ୍ ରେଳଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ତଳେ କଟାଯାଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ମାଲବାହୀ ଟ୍ରେନ ସେଫ୍ ଲାଇନରେ ଛିଡ଼ା ହୋଇଥିଲା। ବର୍ଷା ପବନ ହେବା ଯୋଗୁଁ ଟ୍ରେନ ତଳେ ଆଶ୍ରୟ ନେଇଥିଲେ କିଛି ଶ୍ରମିକ । ସେତେବେଳେ ହଠାତ୍ ଟ୍ରେନ ଗଡିଯିବାରୁ ଅଘଟଣ ଘଟିଥିଲା। ଶ୍ରମିକମାନେ ଆଉ ବାହାରି ପାରିନଥିଲେ । ଟ୍ରେନ ଗଡିଯିବାରୁ ୬ ଜଣ କଟିଯାଇ ପ୍ରାଣ ହରାଇଛନ୍ତି।ଦୀର୍ଘଦିନ ହେବ ସେଫଟି ଲାଇନରେ ଛିଡ଼ା ହୋଇଥିଲା ମାଲବାହୀ ଟ୍ରେନ।

Comments are closed.