ଗୁଜରାଟ: କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ

ଅହମ୍ମଦାବାଦ: ଗୁଜରାଟର ଭରୁଚ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଏହି ଘଟଣା ଘଟିଛି। ପୋଲିସ କହିଛି ଯେ ଅହମ୍ମଦାବାଦ ଠାରୁ ପ୍ରାୟ ୨୩୫ କିଲୋମିଟର ଦୂରରେ ଥିବା ଦେହେଜ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଅବସ୍ଥିତ ୟୁନିଟରେ ରବିବାର ଅପରାହ୍ନ ୩ଟାରେ ଏହି ଘଟଣା ଘଟିଛି। ଭରୁଚ ପୋଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଶ୍ରମିକ ପ୍ଲାଣ୍ଟ ନିକଟରେ କାମ କରୁଥିଲେ । ସେତେବେଳେ କାରଖାନାରେ ହଠାତ୍ ଦ୍ରବଣକାରୀ ଡିଷ୍ଟିଲ୍ ପ୍ରକ୍ରିୟା ସମୟରେ ବିସ୍ଫୋରଣ ହୋଇଥିଲା।

Comments are closed.