ନେପାଳରେ ଭୂକମ୍ପ ଯୋଗୁଁ ୬ ମୃତ, ଦିଲ୍ଲୀ-ଏନସିଆର ସହ ଉତ୍ତର ଭାରତରେ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ମଙ୍ଗଳବାର ରାତି ପ୍ରାୟ ୨ ଟା ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଆକଳନ କରାଯାଇଛି ।

ନେପାଳର ଦୋତି ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀଙ୍କ ସୂଚନା ଅନୁଯାୟୀ ଭୂକମ୍ପ ଯୋଗୁଁ ଗୋଟିଏ ଘର ଭୁଶୁଡି ପଡିଛି ଓ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ପ୍ରାୟ ୨୦ ସେକେଣ୍ଡ ପାଇଁ ଦିଲ୍ଲୀ ଏନସିଆରରେ ଭୂକମ୍ପରେ ତୀବ୍ର ଝଟକା ଅନୁଭୂତ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁଯାୟୀ, ନଭେମ୍ବର ୯ରେ ୧:୫୭ ମିନିଟ୍ ୨୪ ସେକେଣ୍ଡରେ ଭୂକମ୍ପ ହୋଇଥିଲା । ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳ ଥିଲା |

ଦିଲ୍ଲୀରେ ବିଳମ୍ବିତ ରାତିରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ।

Comments are closed.