ଜମ୍ମୁ: ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ଜମ୍ମୁ: ଜମ୍ମୁରେ ଏକ ଘରୁ ୬ ଜଣଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ମୃତକ ମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଇଛି ।
ପୋଲିସର ସୂଚନାନୁସାରେ ମୃତ ବ୍ୟକ୍ତି ସାକିନା ବେଗମ୍, ତାଙ୍କର ଦୁଇ ଝିଅ ନସିମା ଅଖତର ଏବଂ ରୁବିନା ବାନୋ, ପୁଅ ଜାଫର ସଲିମ ଏବଂ ଅନ୍ୟ ଦୁଇ ସମ୍ପର୍କୀୟ ନୁର-ଉଲ-ହବିବ ଏବଂ ସାଜଜାଦ ଅହମ୍ମଦ ବୋଲି ଜଣାପଡିଛି।

ସମସ୍ତ ମୃତଦେହ ଜମ୍ମୁର ସିଦ୍ଧରା ଅଞ୍ଚଳରୁ ଉଦ୍ଧାର କରାଯାଇ ବର୍ତ୍ତମାନ ସରକାରୀ ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି । ଘରର ଗୋଟିଏ କୋଠରୀରେ ଦୁଇଟି ମୃତଦେହ ମିଳିଥିବା ବେଳେ ବାକି ଚାରିଟି ମୃତଦେହ ଅନ୍ୟ ଏକ କୋଠରୀରୁ ଉଦ୍ଧାର କରାଯାଇଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.