ନୂଆଦିଲ୍ଲୀ: କରୋନା ସଂକ୍ରମିତ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପାର୍ଟି ମୁଖପାତ୍ର ରଣଦୀପ ସୁରଜୱାଲା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୋଭିଡ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ରବିବାର ଦିନ ଦିଲ୍ଲୀର ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ଏବଂ ତାଙ୍କୁ ଅବଜର୍ଭେସନରେ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ଜୁନ୍ ୨୩ରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ସମନ କରିଥିଲା । ଏହାପୂର୍ବରୁ ସେ ଜୁନ୍ ୮ ରେ ଇଡିରେ ହାଜର ହେବାର ଥିଲା । ତେବେ କରୋନା ସଂକ୍ରମିତ ହେବା ଯୋଗୁଁ ସେ ସମୟ ମାଗିଥିଲେ ।
Comments are closed.