ସୋନିଆ ଗାନ୍ଧୀ ରାଜସ୍ଥାନରୁ ନିର୍ଦ୍ଵନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ ନିର୍ଦ୍ଵନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନରୁ ସୋନିଆଙ୍କ ସହ ଦୁଇ ବିଜେପି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ଦୁଇ ବିଜେପି ପ୍ରାର୍ଥୀ ହେଲେ ଚୁନି ଲାଲ ଗରାସିୟା ଓ ମଦନ ରାଠୋଡ । ବିଜେପିର ଏହି ଦୁଇ ପ୍ରାର୍ଥୀ ମଧ୍ୟ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି।

ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ପରେ ଗାନ୍ଧୀ ପରିବାରର ଦ୍ବିତୀୟ ସଦସ୍ୟ ଭାବେ ସୋନିଆ ରାଜ୍ୟସଭା ଯାଇଛନ୍ତି । ଫେବୃଆରୀ ୧୪ରେ ସୋନିଆ ଗାନ୍ଧୀ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ରାଜସ୍ଥାନ ବିଧାନସଭାରେ ପହଞ୍ଚି ତାଙ୍କ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Comments are closed.