‘ଭାରତ ଯୋଡ ଯାତ୍ରା’ରେ ସାମିଲ ହେଲେ ସୋନିଆ

କର୍ଣ୍ଣାଟକ: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଗୁରୁବାର କର୍ଣ୍ଣାଟକର ମାଣ୍ଡ୍ୟାରେ ପୁଅ ରାହୁଲ ଗାନ୍ଧୀ ଓ ଦଳୀୟ କର୍ମୀମାନଙ୍କ ସହ ‘ଭାରତ ଯୋଡ ଯାତ୍ରା’ରେ ଯୋଗ ଦେଇଛନ୍ତି । ସୋନିଆ ମାଣ୍ଡ୍ୟା ଜିଲ୍ଲାର ଡାକ ବଙ୍ଗଳାରୁ ପଦଯାତ୍ରା ଆରମ୍ଭ କରିଛନ୍ତି | ସେ ପ୍ରଥମ ଥର ପାଇଁ ‘ଭାରତ ଯୋଡ ଯାତ୍ରା’ରେ ସାମିଲ ହୋଇଛନ୍ତି । ଅଗଷ୍ଟ ୨୦୧୬ ପରେ ସୋନିଆ କୌଣସି ସର୍ବସାଧାରଣ ରାଲିରେ ଅଂଶଗ୍ରହଣ କରୁଛନ୍ତି । କର୍ଣ୍ଣାଟକରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସୋନିଆଙ୍କ ଏହି ଅଞ୍ଚଳରେ ପଦଯାତ୍ରା କଂଗ୍ରେସ ପାଇଁ ଗୁରୁତ୍ବ ବହନ କରୁଛି । ମାଣ୍ଡ୍ୟା ନିର୍ବାଚନ ମଣ୍ଡଳୀ ଦେବ ଗୌଡା ପରିବାରର ଗଡ଼ ଭାବେ ବିବେଚିତ ।

ରାହୁଲ ଗାନ୍ଧୀ ଏବଂ ବହୁ କଂଗ୍ରେସ ନେତା ତଥା କର୍ମୀ ତାମିଲନାଡୁର କନ୍ୟାକୁମାରୀ ରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଥିଲେ। ସମ୍ପ୍ରତି ଏହି ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି | ଆସନ୍ତା ବର୍ଷ ଆରମ୍ଭରେ କାଶ୍ମୀରରେ ଏହି ଯାତ୍ରା ଶେଷ ହେବ। ଏହି ଯାତ୍ରା ପ୍ରାୟ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ କରିବ |

Comments are closed.