ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ପରଲୋକ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମା’ଙ୍କ ଅଗଷ୍ଟ ୨୭ରେ ଇଟାଲୀରେ ପରଲୋକ ହୋଇଯାଇଛି । ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।

ରମେଶ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ମା’ ଶ୍ରୀମତୀ ପାଓଲା ମାଇନୋଙ୍କ ଅଗଷ୍ଟ ୨୭ (ଶନିବାର) ଇଟାଲୀରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ଗତକାଲି ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ସୂଚନାଯୋଗ୍ୟ ଯେ ସୋନିଆ ଗାନ୍ଧୀ ସମ୍ପ୍ରତି ଡାକ୍ତରୀ ପରୀକ୍ଷା ପାଇଁ ବିଦେଶରେ ଅଛନ୍ତି। ତାଙ୍କ ସହ ତାଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ବି ଅଛନ୍ତି।

Comments are closed.