ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ, ମଗାଲା, ରିକେଲଟନ ନୂଆ ମୁହଁ

ଜୋହାନ୍ସବର୍ଗ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ୨୧ ଜଣିଆ ଦଳ ଘୋଷଣା କରିଛି। ଡିନ୍ ଏଲଗାରଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଟେମ୍ବା ବାଭୁମା ଉପଅଧିନାୟକ ହେବେ। ଏହି ଟେଷ୍ଟ ସିରିଜ୍ ପୂର୍ବରୁ ଡିସେମ୍ବର ୧୭ ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଏହାକୁ ଡିସେମ୍ବର ୨୬କୁ ଘୁଞ୍ଚାଇ ଦିଆଯାଇଛି | ଭାରତୀୟ ଦଳ ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବ | ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରୁ ଆରମ୍ଭ ହେବ ।

୨୧ ଜଣିଆ ଦଳରେ ପ୍ରଥମ ଥର ପାଇଁ ସିସଣ୍ଡା ମଗାଲା ଏବଂ ରିଆନ୍ ରିକେଲଟନଙ୍କୁ ସାମିଲ କରାଯାଇଛି | ଏହି ଟେଷ୍ଟ ସିରିଜ୍ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଏକ ଅଂଶ ହେବ | ଦକ୍ଷିଣ ଆଫ୍ରିକା ଦଳରେ ଡୁଏନ୍ ଓଲିଭିଏରଙ୍କୁ ମଧ୍ୟ ସାମିଲ କରାଯାଇଛି | ଶେଷଥର ପାଇଁ ଓଲିଭିଏର ୨୦୧୯ରେ ଏକ ଟେଷ୍ଟ ଖେଳିଥିଲେ ।

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳ: ଡିନ୍ ଏଲଗାର୍ (ଅଧିନାୟକ), ଟେମ୍ବା ବାଭୁମା, କ୍ୱିଣ୍ଟନ୍ ଡି କକ୍, କାଗିସୋ ରାବାଡା, ସରେଲ୍ ଏର୍ଭି, ବେରେନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ଏନଗିଡି, ଏଡେନ ମାର୍କ୍ରାମ, ଭିଆନ ମଲଡର, ଏନରିଚ ନର୍ଜେ, କିଗନ ପିଟରସେନ, ରାସି ଭାନ ଡର୍ସେନ, କାଇଲ ଭେରେନ୍ , ମାର୍କୋ ଜେନସେନ୍, ଗ୍ଲେଣ୍ଟନ୍ ଷ୍ଟର୍ମାନ୍, ପ୍ରିନାଲେନ୍ ସୁବ୍ରିଆନ୍, ସିସଣ୍ଡା ମାଗାଲା, ରିଆନ୍ ରିକେଲଟନ୍, ଡୁଏନ୍ ଓଲିଭିଏର|

Comments are closed.