ଠକେଇ ମାମଲାରେ ଶ୍ରୀସନ୍ଥଙ୍କୁ ଜାମିନ

କୋଚି: ଏକ ଠକେଇ ମାମଲାରେ କେରଳ ହାଇକୋର୍ଟ ମଙ୍ଗଳବାର ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ନେଇ ଅବଗତ ହେବା ପରେ କୋର୍ଟ ଏହି ରାୟ ଦେଇଛନ୍ତି।

ସମ୍ପ୍ରତି ଲେଜେଣ୍ଡସ୍ କ୍ରିକେଟ୍ ଲିଗରେ ଖେଳୁଥିବା ଶ୍ରୀସନ୍ଥ ତାଙ୍କ ବିରୋଧରେ କନ୍ନୁର ଟାଉନ ପୋଲିସ ଥାନାରେ ମିଥ୍ୟା ଅଭିଯୋଗ ରୁଜୁ ହୋଇଥିବା ଦାବି କରି ଆଗୁଆ ଜାମିନ ଆବେଦନ କରିଥିଲେ ।

ଏହି ମାମଲା ଏକ ଭିଲ୍ଲା ପ୍ରକଳ୍ପରେ ନିବେଶ ସହ ଜଡ଼ିତ। ପରେ କୋର୍ଟ ବାହାରେ‌ ଏହି ମାମଲାର ସମାଧାନ ହୋଇଥିଲା।

୨୦୧୩ରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂରେ ସମ୍ପୃକ୍ତ ଥିବା ଅଭିଯୋଗ ପରେ ଶ୍ରୀସନ୍ଥଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଥିଲା । ପରେ କୋର୍ଟ ତାଙ୍କୁ ଏହି ମାମଲାରେ କ୍ଲିନଚିଟ୍ ଦେବା ପରେ ଏହି ଦ୍ରୁତ ବୋଲର ୨୦୨୦ରେ କେରଳ ରଣଜୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ଏହାର ଦୁଇ ବର୍ଷ ପରେ ସେ ସମସ୍ତ ଫର୍ମାଟରୁ ଅବସର ନେଇଥିଲେ ।

Comments are closed.