ଶ୍ରୀଲଙ୍କାର ସବୁ କ୍ୟାବିନେଟ ମନ୍ତ୍ରୀଙ୍କ ଇସ୍ତଫା

କଲମ୍ବୋ : ସବୁଠୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାର କ୍ୟାବିନେଟ ମନ୍ତ୍ରୀମାନେ ରବିବାର ବିଳମ୍ବିତ ରାତିରେ ସମୂହ ଇସ୍ତଫା ଦେଇଛନ୍ତି।

ଦେଶର ଶିକ୍ଷା ମନ୍ତ୍ରୀ ତଥା ଗୃହର ନେତା ଦୀନେଶ ଗୁଣବର୍ଦ୍ଧନେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ୨୬ କ୍ୟାବିନେଟ ମନ୍ତ୍ରୀ ନିଜ ଇସ୍ତଫା ପତ୍ର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ନିକଟକୁ ପଠାଇ ଦେଇଛନ୍ତି। ସମୂହ ଇସ୍ତଫା ପାଇଁ ସେମାନେ କୌଣସି କାରଣ ଦର୍ଶାଇ ନାହାଁନ୍ତି ।

ତେବେ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ଯୋଗୁଁ ଉତ୍ପନ୍ନ ଆର୍ଥିକ ସଙ୍କଟର ମୁକାବିଲାରେ ସରକାରଙ୍କ ଅପାରଗତା ପାଇଁ ଜନ ଅସନ୍ତୋଷ ସହ ମନ୍ତ୍ରୀମାନଙ୍କ ଉପରେ ମଧ୍ୟ ଚାପ ବୃଦ୍ଧି ପାଇଥିଲା ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।

କର୍ଫ୍ୟୁ ସତ୍ତ୍ୱେ ରବିବାର ସନ୍ଧ୍ୟାରେ କଲମ୍ବୋରେ ସରକାରଙ୍କ ବିରୋଧରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଗେଜେଟ୍ ବିଜ୍ ବିଜ୍ଞପ୍ତି ପ୍ରକାଶ କରି ଏପ୍ରିଲ ୨ ତାରିଖରୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ସରକାର ଶନିବାର ଶନିବାର ସନ୍ଧ୍ୟା ୬ ଟାରୁ ସୋମବାର (ଏପ୍ରିଲ ୪) ସକାଳ ୬ଟା ପର୍ଯ୍ୟନ୍ତ ୩୬ ଘଣ୍ଟିଆ କର୍ଫ୍ୟୁ ମଧ୍ୟ ଲାଗୁ କରିଥିଲେ ।

Comments are closed.