ବିଶ୍ବକପ୍ ପୂର୍ବରୁ ଦିନିକିଆରୁ ଅବସର ନିଷ୍ପତ୍ତି ପ୍ରତ୍ୟାହାର କଲେ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡର ଟେଷ୍ଟ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ଦିନିକିଆରୁ ଅବସର ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ସେ ଏବେ ଏହି ଫର୍ମାଟ୍ ପାଇଁ ଉପଲବ୍ଧ ହେବେ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଷ୍ଟୋକ୍ସ ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି।

ଚଳିତ ବର୍ଷ ଅକ୍ଟୋବର ୫ରୁ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ସେ ଖେଳିବେ ବୋଲି ଆଶା କରାଯାଉଛି। ବେନ ଷ୍ଟୋକ୍ସ ଗତ ବର୍ଷ ଦିନିକିଆରୁ ଅବସର ଘୋଷଣା କରିଥିଲେ।

ଏହି ଷ୍ଟାର୍ ଅଲରାଉଣ୍ଡର ଏପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ୧୦୫ଟି ଦିନିକିଆ ଖେଳିଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଇଂଲଣ୍ଡ ଦିନିକିଆ ଦଳ: ଜୋସ୍ ବଟଲର୍ (କ୍ୟାପଟେନ୍), ମୋଇନ୍ ଅଲି, ଜି ଆଟକିନ୍ସନ୍, ଜନି ବେୟାରଷ୍ଟୋ, ସାମ୍ କରନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ ମାଲାନ, ଆଦିଲ ରସିଦ, ଜୋ ରୁଟ୍, ଜେସନ ରଏ, ବେନ ଷ୍ଟୋକ୍ସ, ଆର ଟପଲି, ଡେଭିଡ ୱିଲି, ମାର୍କ ଉଡ୍, କ୍ରିସ୍ ୱକ୍ସ |

Comments are closed.