ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଖେଳିବେ ଶୁଭ୍ରାଂଶୁ ସେନାପତି, ୨୦ ଲକ୍ଷରେ କିଣିଲା ଧୋନିଙ୍କ ଟିମ୍

ଭୁବନେଶ୍ୱର: ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଆଇପିଏଲରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ବେଙ୍ଗାଲୁରୁରେ ଆଇପିଏଲ୍ ୨୦୨୨ ପାଇଁ ଚାଲିଥିବା ମେଗା ନିଲାମରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି । ଶୁଭ୍ରାଂଶୁ ଏବେ ଏମ୍ଏସ୍ ଧୋନିଙ୍କ ଅଧିନାୟକତ୍ବରେ ଆଇପିଏଲ୍ ଖେଳିବେ । ଘରୋଇ କ୍ରିକେଟରେ କ୍ରମାଗତ ଭଲ ପ୍ରଦର୍ଶନ କରୁଥିବା ଶୁଭ୍ରାଂଶୁଙ୍କୁ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରସ୍ତୁତି ଶିବିରରେ ଯୋଗ ଦେବା ପାଇଁ ଡାକରା ମିଳିଥିଲା ।

Comments are closed.